ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ୱଚା କିପରି ସବୁବେଳେ ଯୁବାବସ୍ଥା ପରି ରହିପାରିବ ସେ ନେଇ ସମସ୍ତେ ଚିନ୍ତାକରନ୍ତି। କିନ୍ତୁ ବୟସ ବଢ଼ିବା ସହିତ ମୁହଁରେ ବୟସର ଛାପ ଦିଏ। କିନ୍ତୁ ଯଦି ତ୍ୱଚାର ସଠିକ ଯତ୍ନ ନିଆଯାଏ ତେବେ ଏସବୁରୁ ମୁକ୍ତି ମିଳିପାରିବ। ଏଥିପାଇଁ ରହିଛି କିଛି ଟିପ୍ସ।CGU new

ରୋଷେଇ ଘରେ ରହିଛି ଏହାର ଉପଚାର

ନିଜ ରୋଷେଇ ଘରେ ହିଁ ରହିଛି ଏହାର ଉପଚାର। ପ୍ରତିଦିନ କ୍ଷୀର ଓ ହଳଦୀ ତ୍ଵଚାରେ ଲଗାଇବା ଦ୍ୱାରା ମୃତ କୋଷ ବାହାର କରି ଶୁଷ୍କତ୍ୱ ଦୂର କରେ। ତ୍ୱଚାର ସତେଜତା ବଜାୟ ରଖିବା ସହ ଏଜିଂ ପ୍ରୋସେସକୁ ବା ବୟସର ଛାପକୁ ମନ୍ଥର କରେ । ବେଳେ ବେଳେ ଆଖି ଚାରିପଟ ଶୁଷ୍କ ଦେଖାଯାଏ। ତୈଳଗ୍ରନ୍ଥୀର ଅଭାବ ଲାଗି ହିଁ ଆଖିତଳ କଳା ପଡ଼ିବା ସହ ପତଳା ପତଳା ଗାର ସଦୃଶ ପଡ଼ିଯାଏ। ଏଥି ପାଇଁ କ୍ଷୀର ଦହି ଯୁକ୍ତ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି । ରାତିରେ ଶୋଇବା ପୂବର୍ରୁ ମୁହଁକୁ ପରିଷ୍କାର କରିବା ସହ ଏକ ଭଲ ନାଇଟ କ୍ରିମ ଲଗାଇବାର ଆବଶ୍ୟକତା ରହିଛି।

ସନ୍ତୁଳିତ ଖାଦ୍ୟ

ଆମ ଶରୀରର ଉଜ୍ଜଳ ଦେଖାଯିବା ପଛରେ ସନ୍ତୁଳିତ ଖାଦ୍ୟର ବେଶ ଭୂମିକା ରହିଛି। ଆଲମଣ୍ଡ, କାଜୁ, ସବୁଜ ପନିପରିବା, ଶସ୍ୟ ଜାତୀୟ ଖାଦ୍ୟ, ଅଣ୍ଡା ଆଦି ଖାଇବା ଦ୍ୱାରା ଆମ ଶରୀରକୁ ଆବଶ୍ୟକ ଫ୍ୟାଟି ଏସିଡ ମିଳିଥାଏ ଯାହା ଶରୀର ପାଇଁ ବେଶ୍ ଜରୁରୀ। ଏହା ଚର୍ମ କଣିକା ତିଆରି କରିବାରେ ସାହାଯ୍ୟ କରିବା ସହ ତ୍ୱଚାକୁ ସୁସ୍ଥ ଏବଂ ଚମକଦାର କରେ।

ଭିଟାମିନଯୁକ୍ତ ଖାଦ୍ୟ

ଆମ ଖାଦ୍ୟରେ ଅଧିକ ପରିମାଣର ଟମାଟ ଓ ରସୁଣ ରହିଲେ ଭଲ। ଟମାଟରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ରସୁଣରେ ଥିବା ଆଣ୍ଟି  ଇନଫ୍ଲୋମେଟୋରି ଶରୀର ପାଇଁ ହିତକର । ଅନ୍ୟପଟରେ ଭିଟାମିନ ଏ ଯୁକ୍ତ ଖାଦ୍ୟ ତଥା ଚିଜ୍, କ୍ଷୀର, ଫଳମୂଳ,ବ୍ରୋକଲି, ଅମୃତଭଣ୍ଡା, ପିଜୁଳି, ଗାଜର ଓ ପାଳଙ୍ଗ ଇତ୍ୟାଦି ତ୍ୱଚାକୁ ରିଙ୍କଲ ଫ୍ରି ରଖିବାରେ ସାହାଯ୍ୟ କରିଥା’ନ୍ତି।

Comment