ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରୁ ସୁସ୍ଥ ହେଲେ ଆଉ ୬୦୯ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୯୮୬୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୩୫, ଖୋର୍ଦ୍ଧାରୁ ୩୭, କଟକରୁ ୩୨, ବାଲେଶ୍ୱରରୁ ୨୫, କେନ୍ଦୁଝରରୁ ୨୩, ମୟୂରଭଞ୍ଜରୁ ୧୮, ଭଦ୍ରକରୁ ୧୨, ପୁରୀରୁ ୧୨, ସମ୍ବଲପୁରରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ବରଗଡ଼ରୁ ୭, ଜଗତସିଂହପୁରରୁ ୭ , ଯାଜପୁରରୁ ୬, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୪, ବଲାଙ୍ଗିରରୁ ୩ ଜଣ ସୁସ୍ଥ ହୋଇଛନ୍ତି। କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।


















