ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ସହରର ସୀମା ସିଲ୍। କୌଣସି ଲୋକ ବ୍ରହ୍ମପୁର ସହର ଭିତରକୁ ପ୍ରବେଶ କରିପାରିବେନି କି ସେଠାରୁ କୌଣସି ଲୋକ ବାହାରକୁ ଆସିପାରିବେନି। ଏନେଇ ବ୍ରହ୍ମପୁର ମହାନଗର ନିଗମର କମିସନର ପ୍ରେସମିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରହ୍ମପୁର ସୀମାକୁ ସିଲ୍ ଘୋଷଣା କରାଯାଇଛି। ତେଣୁ ସହର ଭିତରକୁ କୌଣସି ଲୋକ ଯିବାଆସିବା କରିପାରିବେ ନାହିଁ।CGU newଏଥିସହିତ ସହର ଭିତରେ ମଧ୍ୟ କେବଳ ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ି ଅନ୍ୟ କୌଣସି ଦୋକାନ ଖୋଲାରହିପାରିବ ନାହିଁ। ଏବଂ ରାଜ୍ୟ ସରକାରଙ୍କ ନିୟମ ମୁତାବକ କେବଳ ଗଣମାଧ୍ୟମ ଓ ଜରୁରୀ ସେବାରେ ଥିବା କର୍ମଚାରୀମାନେ ଯିବା ଆସିବା କରିପାରିବେ ବୋଲି କମିସନର ସୂଚନା ଦେଇଛନ୍ତି।

ଏହାବାଦ କରୋନା ମୁକାବିଲା କରିବା ପାଇଁ ଖୁବଶୀଘ୍ର ସହରରେ ଆହୁରି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବ୍ରହ୍ମପୁର ମ୍ୟୁନିସିପାଲଟିର କମିସନର ସୂଚନା ଦେଇଛନ୍ତି।

Comment