ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରୁ କରୋନା ହଟସ୍ପଟ ଜିଲ୍ଲାକୁ ସରକାରୀ କର୍ମଚାରୀଙ୍କୁ ଯିବା ମନା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି କୋରାପୁଟ ଜିଲ୍ଲାପାଳ ଏଭଳି କଟକଣା ଜାରି କରିଛନ୍ତି।

ସେ କହିଛନ୍ତି, ଅତି ଜରୁରୀ ନଥିଲେ ଜିଲ୍ଲା ବାହାରକୁ କୌଣସି ଲୋକ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି ତେବେ ସେମାନେ ଫେରିଲା ପରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ।CGU new

ସେହିପରି ବାହାର ଜିଲ୍ଲାର ଲୋକଙ୍କୁ ମଧ୍ୟ କୋରାପୁଟ ଜିଲ୍ଲାକୁ ଆସିବାକୁ ବାରଣ କରାଯାଇଛି। ଏଥିପାଇଁ ଲକ୍ଷ୍ମୀପୁର ଓ ପଟାଙ୍ଗି ଅଞ୍ଚଳରେ ଦୁଇଟି ଚେକିଂ ପଏଣ୍ଟ କରାଯାଇଛି। ଏବଂ ସେଠାରେ ଚେକିଂ ମଧ୍ୟ ଜୋରଦାର କରାଯାଇଛି।

ଯଦି କୌଣସି ବ୍ୟକ୍ତି ଏହି ନିୟମ ଭାଙ୍ଗି ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ଅନେକ ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

Comment