ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରୁ ବିଦା ହେବା ପରେ କ’ଣ କରିବେ ସଚିନ ପାଇଲଟ ?

ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମାତ୍ର କେଇଁ ଘଣ୍ଟା ପୂର୍ବରୁ ଯେଉଁ ସଚିନ ପାଇଲଟଙ୍କୁ ମନେଇବାକୁ ନେତାମାନେ ପ୍ରୟାସ କରୁଥିଲେ ସେହି ସଚିନ ପାଇଲଟଙ୍କୁ ଦଳ ଆଜି ବିଦା କରିଦେଇଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ଦଳ ତାଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଓ ଉପ-ମୁଖ୍ୟମନ୍ତ୍ରୀ ଆସନରୁ ହଟାଇ ଦେଇଛି।

ତେବେ ଏହାପରେ ସଚିନଙ୍କ ରଣନୀତି କ’ଣ ରହିବ? ସେ ଅନ୍ୟ କେଉଁ ଦଳରେ ସାମିଲ ହେବେ ନାଁ ନିଜେ କୌଣସି ଆଞ୍ଚଳିକ ଦଳ ଗଠନ କରିବେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।CGU newପଦ୍ମ ଧରିପାରନ୍ତି ପାଇଲଟ

ଗତ କିଛିଦିନ ଧରି ପାଇଲଟ ଜୟପୁରରୁ ଆସି ଦିଲ୍ଲୀରେ ଡେରା ପକାଇଛନ୍ତି। ଏହି ସମୟରେ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଲଗାତାର ସମ୍ପର୍କରେ ରହିଥିବା ଚର୍ଚ୍ଚା ହେଉଛି। ତେଣୁ ସେ କଂଗ୍ରେସରୁ ବିଦା ହେବା ପରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

ଏନେଇ ସେ ତାଙ୍କର ବନ୍ଧୁ ତଥା ମଧ୍ୟପ୍ରଦେଶରେ କଂଗ୍ରେସକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇଥିବା ଯୁବନେତା ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସିନ୍ଧିଆ ଓ ପାଇଲଟଙ୍କ ଏହି ଆଲୋଚନା ସେ ବିଜେପିରେ ସାମିଲ ହେବା ଆଲୋଚନାକୁ ଆହୁରି ମଜଭୁତ କରିଛି।ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି

ଅନ୍ୟପଟେ କେତେକ ରାଜନୀତିକ ବିଶେଷଜ୍ଞମାନେ କହୁଛନ୍ତି ଯେ, ସଚିନ ପାଇଲଟ ବିଜେପିରେ ସାମିଲ ହେବେ ନାହିଁ। ଏହା ବଦଳରେ ସେ ନୂଆ ଏକ ଆଞ୍ଚଳିକ ଦଳ ଗଠନ କରିପାରନ୍ତି। ହେଲେ ଏହି କଥା କେତେଦୂର ସତ୍ୟ ତାହା ବର୍ତ୍ତମାନ ପରିସ୍ଥିତିରେ କଳ୍ପନା କରିବା ମୁସ୍କିଲ ହୋଇଯାଇଛି। ଯେପର୍ଯ୍ୟନ୍ତ ସଚିନ୍ ପାଇଲଟ ଅନ୍ୟ କୌଣସି ଦଳରେ ସାମିଲ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ନୂଆ ଦଳ ଗଠନ କଥାକୁ ମଧ୍ୟ କାଟି ହେବ ନାହିଁ ବୋଲି କୁହାଯାଉଛି।

ସରକାର ଭାଙ୍ଗିବାକୁ ଦରକାର ୫୦ ବିଧାୟକଙ୍କ ସମର୍ଥନ

କଂଗ୍ରେସରୁ ବିଦା ହେବା ପରେ ଏବେ ପାଇଲଟ ରାଜସ୍ଥାନର ଗେହଲଟ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରିବେ। ହେଲେ ଏଥିପାଇଁ ତାଙ୍କୁ ୫୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହୋଇପାରେ।

ସଚିନ ପାଇଲଟଙ୍କ କହିବା ମୁତାବକ ତାଙ୍କ ପାଖରେ ଏବେ ୩୦ ବିଧାୟକଙ୍କ ସମର୍ଥନ ଅଛି। ହେଲେ ସେ ଯଦି ଆଉ ୨୦ ବିଧାୟକଙ୍କୁ ମିଶାଇ ମୋଟ ୫୦ ବିଧାୟକଙ୍କ ସମର୍ଥନ ହାସଲ କରିପାରିବେ ତେବେ ତାଙ୍କୁ ଗେହଲଟଙ୍କ ସରକାର ଭାଙ୍ଗିବା ସହଜସାଧ୍ୟ ହୋଇଯିବ। ଯଦି ଏହି ୫୦ ବିଧାୟକ ଗେହଲଟଙ୍କ ପାଖରୁ ନିଜର ସମର୍ଥନ ପ୍ରତ୍ୟାହାର କରନ୍ତି କିମ୍ବା ବିଧାୟକ ପଦରୁ ଇସ୍ତଫା ଦେଇଦିଅନ୍ତି ତେବେ ସରକାର ଭାଙ୍ଗିଯାଇପାରେ ବୋଲି କୁହାଯାଉଛି।ରାଜସ୍ଥାନର ମୋଟ ବିଧାନସଭା ସିଟ୍ ସଂଖ୍ୟା ହେଉଛି ୨୦୦ । ଯଦି ୫୦ ବିଧାୟକ ଇସ୍ତଫା ଦେଇଦିଅନ୍ତି ତେବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୫୦କୁ ଖସିଆସିବ। ଯାହାଫଳରେ ସରକାର ଗଠନ ପାଇଁ କୌଣସି ଦଳକୁ ୭୬ ବିଧାୟକଙ୍କ ସମର୍ଥନ ଦରକାର ହେବ।

୫୦ ବିଧାୟକ ଇସ୍ତଫା ଦେବା ପରେ ଗେହଲଟ ସରକାର ପାଖରେ ଆଉ ୭୫ରୁ କମ୍ ବିଧାୟକ ରହିବେ। ଅନ୍ୟପଟେ ବିଜେପି ପାଖରେ କିନ୍ତୁ ୭୫ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିବ ଏବଂ ରାଜସ୍ଥାନରେ ବିଜେପି ପୁଣି ଶାସନକୁ ଫେରିପାରିବ। ଏପରି ହେଲେ ଯାଇ ସଚିନ ପାଇଲଟ, ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କ ଭଳି ସମ୍ମାନର ସହ ବିଜେପିରେ ଯୋଗଦେଇପାରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Comment