ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଓ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସଚିନ ପାଇଲଟ। ଗଣମାଧ୍ୟମରେ ସେ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ସେ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, “ମୁଁ ଶହେ ଥର କହିସାରିଛି ଯେ ମୁଁ ବିଜେପିରେ ସାମିଲ ହେବି ନାହିଁ। ଗତ ପାଞ୍ଚ ବର୍ଷ ଧର ମୁଁ ବିଜେପି ବିରୋଧରେ ଲଢ଼େଇ ଲଢ଼ିଛି। ତେଣୁ ବିଜେପିରେ ସାମିଲ ହେବି ନାହିଁ।”ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ପ୍ରତିଛବିକୁ ବିଗାଡ଼ିବା ପାଇଁ କେତେକ ଲୋକ ଏଭଳି ଅପପ୍ରଚାର କରୁଛନ୍ତି। ହେଲେ ସେ ବିଜେପିରେ ସାମିଲ ହେବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ସେ କହିଛନ୍ତି।

ଏଥିସହିତ ତାଙ୍କର ଆଗାମୀ ରଣନୀତି କ’ଣ ରହିବ ନେଇ ହୋଇଥିବା ପ୍ରଶ୍ନର ମଧ୍ୟ ସେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ସେ ପଦରୁ ବିଦା ହେବାକୁ ୨୪ ଘଣ୍ଟା ପୂରିନି। ତେଣୁ ପରିସ୍ଥିତିକୁ ଶାନ୍ତ ହେବାକୁ ଦିଅନ୍ତୁ। ଏବେ ବି ସେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ବୋଲି କହିଛନ୍ତି।CGU newଗତକାଲି ରାଜସ୍ଥାନରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। ହେଲେ ଏଥିରେ  ମଧ୍ୟ ସଚିନ ପାଇଲଟ ଯୋଗ ଦେଇନଥିଲେ। ଏହି ବୈଠକ ପରେ ଦଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଦଳର ସଭାପତି ଓ ଉପ-ମୁଖ୍ୟମନ୍ତ୍ରୀ ଆସନରୁ ହଟାଇ ଦେଇଥିଲା।

Comment