ଓଡ଼ିଶାଲାଇଭ୍ ବ୍ୟୁରୋ଼

  • ରାଜ୍ୟରେ ଆଜିଠୁ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହେବ
  • ଭୁବନେଶ୍ୱରର ସମ୍‌ ଓ କିମ୍‌ସ ହସ୍ପିଟାଲ ଏହି ଚିକିତ୍ସା କରାଯିବ
  • କଟକର ଅଶ୍ୱିନୀ ହସ୍‌ପିଟାଲରେ ମଧ୍ୟ ପ୍ଲାଜମା ଥେରାପି ହେବ

ଓଡ଼ିଶାରେ ଆଜିଠୁ ଆରମ୍ଭ ହେଉଛି ପ୍ଲାଜମା ଥେରାପି। ଭୁବନେଶ୍ୱରର ସମ୍‌ ଓ କିମ୍‌ସ ହସ୍ପିଟାଲ ଏବଂ କଟକର ଅଶ୍ୱିନୀ ହସ୍‌ପିଟାଲରେ ଏହି ଥେରାପି ଆରମ୍ଭ କରାଯିବ। ଏଥିସହିତ କଟକର ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବରେ କାମ କରିବ ବୋଲି ସୂଚନା ମିଳିଛି।corona-3ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲର ବ୍ଲଡବ୍ୟାଙ୍କ ପରିସରରେ ପ୍ରଥମ ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିବେ। ବୁଧବାର ସନ୍ଧ୍ୟା ୫ ଟା ୧୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଏବେ ଦିନକୁ ରାଜ୍ୟରେ ୭ ହଜାର ନମୁନା ପରୀକ୍ଷା କରାଯାଉଛି। ଏହାକୁ ବୃଦ୍ଧି କରାଯାଇ ୯ ହଜାର କରାଯିବ ବୋଲି କୁହାଯାଇଛି। ବିଶେଷକରି ଗଞ୍ଜାମ, କଟକ,ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ଫୋକସରେ ରଖାଯାଇଛି। ଏଠାରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ଗତକାଲି ବୈଠକରେ ନିଷ୍ପତ୍ତି ହୋଇଛି।CGU newଏହି ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ଗୁରୁତର କରୋନା ରୋଗୀମାନେ ସୁସ୍ଥ ହୋଇପାରିବେ। କରୋନାକୁ ମୁକାବିଲା କରିବା ଦିଗରେ ଏହି ପ୍ଲାଜମା ଥେରାପି ଚିକିତ୍ସା ବେଶ ସହାୟକ ହେବ ବୋଲି କୁହାଯାଇଛି।

Comment