ଓଡ଼ିଶାଲାଇଭ୍ ବ୍ୟୁରୋ

ହୋମ୍ କ୍ୱାରେଣ୍ଟାଇନରେ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲି। ତାଙ୍କର ବଡ଼ ଭାଇ ସେହ୍ନାଶିଷ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟାଇନରେ ରଖିଛନ୍ତି।

ଗାଙ୍ଗୁଲିଙ୍କ ବଡ଼ଭାଇ ସୌରଭ ଗାଙ୍ଗୁଲି ବର୍ତ୍ତମାନ ବେଙ୍ଗଲ କ୍ରିକେଟ୍ ଆସୋସିଏସନର ସହ-ସମ୍ପାଦକ ଅଛନ୍ତି। ଗତ କିଛିଦିନ ତଳେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ୍ ଆସିଛି।CGU new

ସେହ୍ନାଶିଷ ପଜିଟିଭ୍ ବାହାରିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଅନ୍ୟପଟେ ଗାଙ୍ଗୁଲି ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍ ମାନି ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି।

ଏହାପୂର୍ବରୁ ବଲିଉଡର ମଧ୍ୟ କିଛି କଳାକାରଙ୍କୁ କରୋନା ଆକ୍ରାନ୍ତ କରିଥିଲା। ବଚ୍ଚନ ପରିବାରର ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ,ଐଶ୍ୟର୍ଯ୍ୟା ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବଲିଉଡ୍ ପରେ ଏବେ କ୍ରିକେଟ ଜଗତକୁ ବ୍ୟାପିବା ଆରମ୍ଭ କରିଛି କରୋନା ଭାଇରସ।

Comment