ଓଡିଶାଲାଇଭ୍ ବ୍ୟୁରୋ

ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ କୋରାପୁଟ ଝିଅ ଦୀପ୍ତିରାଣୀ ରଥ। ଜିରୋନ ପ୍ରଡକ୍ସନ ପକ୍ଷରୁ ଆୟୋଜିତ ମିସ୍ ଇଣ୍ଡିଆ-୨୦୨୦ ପ୍ରତିଯୋଗିତାରେ ସେ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି। ପ୍ରଥମ ଓ ଦ୍ଵିତୀୟ ରାଉଣ୍ଡରେ ଶହ ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲ ରାଉଣ୍ଡରେ ପହଞ୍ଚିଥିବା ଦୀପ୍ତି ବଲିଉଡରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

କୋରାପୁଟ ଜିଲ୍ଲା ଜୟପୁର ସହରର ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ଦୀପ୍ତିରାଣୀ ରଥଙ୍କୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଦୀପ୍ତିରାଣୀ ଦେଖାଇଛନ୍ତି ନିଜର ଜଲଓ୍ଵା। ଜିରୋନ ପ୍ରଡକ୍ସନ ହାଉସ ପକ୍ଷରୁ ଆୟୋଜିତ ମିସ ଓ ମିଷ୍ଟର ଇଣ୍ଡିଆ-୨୦୨୦ ପ୍ରତିଯୋଗିତାରେ ଶହ ଶହ ପ୍ରତିଯୋଗୀଙ୍କୁ  ପଛରେ ପକାଇ ଏବେ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ସେ। ଫଟୋ ସେସନ,ପ୍ରଶ୍ନ ଉତ୍ତର ରାଉଣ୍ଡ ସହ ରାମ୍ପ ଓ୍ଵାର୍କ ରାଉଣ୍ଡରେ ସେ ଉନ୍ନତ ମାନର ପ୍ରଦର୍ଶନ କରିଛନ୍ତି। ଖୁବଶୀଘ୍ର ଏହାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ଏଥିରେ ବିଜୟୀ ହୋଇ ସାରା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି କୋରାପୁଟ ଜୟପୁରର ଏହି ସୁନାଝିଅ ଦୀପ୍ତି।କେବଳ ଅଭିନୟ କିମ୍ବା ମଡେଲିଂ ନୁହେଁ, ଜଣେ ମେଧାବୀ ଛାତ୍ରୀ ଭାବରେ ବେଶ୍ ପରିଚିତ ଦୀପ୍ତିରାଣୀ। ଏବେ ସେ ବିଇଡି ଶେଷ ବର୍ଷର ଛାତ୍ରୀ। ସେ ୨୦୧୬ ମସିହାରେ ବିଇଡି କଲେଜ ଆର୍ଟସ ଟପ୍ପର ହୋଇଛନ୍ତି। ଏଥିସହ ୨୦୧୮ ମସିହାରେ ସେଣ୍ଟ୍ରାଲ ୟୁନିଭର୍ସିଟିରେ ଟପ୍ପର ହେବା ସଙ୍ଗେ ସଙ୍ଗେ ଅର୍ଥଶାସ୍ତ୍ରରେ ଗୋଲ୍ଡ ମେଡାଲ ମଧ୍ୟ ପାଇଛନ୍ତି।CGU newପାଠ ପଢା ସଙ୍ଗେ ସଙ୍ଗେ ପୂର୍ବରୁ ‘ମିଠା ମିଠା ଯୋଡି’ ରିଆଲଟି ସୋରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ଦୀପ୍ତି। ‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ମଧ୍ୟ ଅଂଶ ଗ୍ରହଣ କରି ସେ ପୁରସ୍କୃତ ହୋଇଛନ୍ତି। ଏଥିସହ ଶ୍ଵାତୀ ମସଲାର ଏକ ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି। ବଲିଉଡ ଅଭିନେତ୍ରୀମାନଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିବା ଦୀପ୍ତିରାଣୀ ଆଗାମୀ ଦିନରେ ବଲିଉଡରେ ଅଭିନୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Comment