ଓଡ଼ିଶାଲାଇଭ ବ୍ୟୁରୋ
ଭାରତର ଦାବି ମାନିଲା ପାକିସ୍ତାନ। କୁଳଭୂଷଣ ଯାଦବଙ୍କୁ ତୃତୀୟ ଥର ଲାଗି କନ୍ସୁଲାର୍ ଆକ୍ସେସ୍ ପ୍ରଦାନ କଲା ପାକିସ୍ତାନ। କନସୁଲାର ଆକ୍ସେସ ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ଭାରତୀୟ ଅଧିକାରୀ ଭେଟିପାରିବେ। ଏହି ସାକ୍ଷାତକାର ସମୟରେ ପାକିସ୍ତାନର କୌଣସି ସୁରକ୍ଷାକର୍ମୀ ସେଠାରେ ଉପସ୍ଥିତ ରହିବେ ନାହିଁ। ଫଳରେ କୁଳଭୂଷଣଙ୍କ ସହ ଏକାକୀ ଆଲୋଚନା କରିପାରିବେ ଭାରତୀୟ ଅଧିକାରୀ।
ଏହାପୂର୍ବରୁ ଗୁରୁବାର ଦିନ କୁଳଭୂଷଣଙ୍କୁ ଦ୍ୱିତୀୟ କନସୁଲାର ଆକ୍ସେସ ପ୍ରଦାନ କରିଥିଲା ପାକ୍। ଭାରତର ଦୁଇ ଅଧିକାରୀ କୁଳଭୂଷଣଙ୍କୁ ଏକାକୀ ଭେଟିଥିଲେ।
ଦ୍ୱିତୀୟୂ କନସୁଲାର ଆକ୍ସେସ ଦେବା ପୂର୍ବରୁ ପାକିସ୍ତାନ କହିଥିଲା ଯେ କୁଳଭୂଷଣ ତାଙ୍କ ମୃତ୍ୟୁ ଦଣ୍ଡ ବିରୋଧରେ ରିଭ୍ୟୁ ପିଟିସନ ଦେବାକୁ ଚାହୁଁ ନାହାନ୍ତି। ପାକସ୍ତାନର କଥାକୁ ବିଶ୍ୱାସ କରିନଥିଲା ଭାରତ। କୁଳଭୂଷଣ ଚାପରେ ଥିବା କହିବା ସହିତ ତାଙ୍କ କନସୁଲାର ଆକ୍ସେସ ଦେବାକୁ ଦାବି କରିଥିଲା ଭାରତ।
୨୦୧୯, ସେପ୍ଟେମ୍ବରରେ ପାକିସ୍ତାନ ପ୍ରଥମ ଥର ପାଇଁ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେନ ପ୍ରଦାନ କରିଥିଲା। ଭାରତର ଡେପୁଟି ହାଇ କମିଶନର ଗୌରବ ଅହଲୁୱାଲିଆ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଭେଟିଥିଲେ।


















