ଓଡ଼ିଶାଲାଇଭ୍ ଏଣ୍ଟଟେନମେଣ୍ଟ ବ୍ୟୁରୋ

priyanka chopra birthday special

ବଲିଉଡରେ ନିଜର ଛାପ ଛାଡ଼ିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଜଣେ। ସୁନ୍ଦର ଚେହେରା ଓ ଉପସ୍ଥିତ ବୁଦ୍ଧି ପାଇଁ ଦର୍ଶକେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି। ତେବେ ବଲିଉଡର ଦେଶୀ ଗର୍ଲ ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜଲଓ୍ୱା କେବଳ ବଲିଉଡରେ ସୀମିତ ନୁହେଁ, ହଲିଉଡରେ ମଧ୍ୟ ସେ ଯଥେଷ୍ଟ ଲୋକପ୍ରିୟତା ହାସଲ କରିସାରିଲେଣି।

CGU new

୧୩ ବର୍ଷ ବୟସରେ ଆମେରିକାରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ ପ୍ରିୟଙ୍କା। ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ସେଠାରେ ସ୍କୁଲରେ ତାଙ୍କୁ କଳାଗୋରା ଭେଦଭାବର ଶିକାର ହେବାକୁ ପଡ଼ିଥିଲା। ସ୍କୁଲରେ ଅନ୍ୟମାନେ ତାଙ୍କୁ ଖୁବ୍ ଚିଡ଼ାଉଥିଲେ। ପରେ ଭାରତ ଫେରି ସେ ବରେଲୀ ପବ୍ଲିକ୍ ସ୍କୁଲରେ ପାଠ ପଢ଼ିଥିଲେ। ପ୍ରିୟାଙ୍କାଙ୍କ ପିତା ମାତା ଆର୍ମିରେ ଡାକ୍ତର ଥିବାରୁ ତାଙ୍କ ପାଠପଢ଼ା ବହୁତ ଜାଗାରେ ହୋଇଛି।

୨୦୦୦ ମସିହାରେ ମିସ୍ ଓ୍ୱାର୍ଲ୍ଡ ହେବାପରେ ସେ ବଲିଉଡରେ ପାଦ ଦେଇଥିଲେ। ତେବେ ଏଥିମଧ୍ୟରେ ବଲିଉଡରେ ପ୍ରିୟଙ୍କାଙ୍କ ୨୦ ବର୍ଷ ପୂରଣ ହୋଇଛି। ଏନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

priyanka chopra-5

୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିବା ପରେ ଆରମ୍ଭ ହୋଇଥିଲା ପ୍ରିୟଙ୍କାଙ୍କ ବଲିଉଡ ଯାତ୍ରା। ଫିଲ୍ମରେ ପ୍ରିୟଙ୍କାଙ୍କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ବିନା କୌଣସି ଗଡ୍ ଫାଦରଙ୍କ ଜରିଆରେ ନିଜ ପରିଶ୍ରମରେ ସେ ପିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଏହାପରେ ସେ ହଲିଉଡରେ ମଧ୍ୟ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ଜଣେ ଗ୍ଲୋବାଲ୍ ଷ୍ଟାର୍ ଭାବେ ପରିଚିତ।

priyanka chopra

ବଲିଉଡରେ ନିଜର କୋଡ଼ିଏ ବର୍ଷ ପୂରଣ ଅବସରରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଜାରି କରିଥିଲେ। ଏଥିରେ ସେ ନିଜର ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ କେବଳ ଅଭିନୟ ନୁହେଁ, ଗୀତ ଗାଇବାରେ ମଧ୍ୟ ରୁଚି ରଖନ୍ତି ପ୍ରିୟଙ୍କା ଚୋପ୍ରା। ଏହା ବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟ ସହ ସେ ସବୁବେଳେ ସଂପୃକ୍ତ ଥାନ୍ତି।

Comment