ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫ ଲକ୍ଷ ୧୭ ହଜାର ୭୧୭ ଟଙ୍କା ଚେକ୍‌ ଆକାରରେ ପ୍ରଦାନ କରାଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଏହା ପ୍ରଦାନ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅଧିକାରୀ, କର୍ମଚାରୀ ଓ ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀ , ବିଭାଗ ଅଧୀନ ସମସ୍ତ ଏକାଡମୀ ଏବଂ ସଂଯୁକ୍ତ ସଂସ୍ଥାର କର୍ମଚାରୀମାନେ ଗୋଟିଏ ଦିନର ଦରମା ଦାନ କରିଛନ୍ତି।

CGU newଏହି ଚେକ୍‌ ପ୍ରଦାନ ବେଳେ ବିଭାଗୀୟ ଅତିରିକ୍ତ ସଚିବ ରାମକୃଷ୍ଣ ସାହୁ, ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଉପସଚିବ ବିପିନ ବିହାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment