ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

priyanka chopra-3

ବଲିଉଡରେ ନିଜ ଦମରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା। ହେଲେ ବହୁତ କମ ଲୋକ ଜାଣିଥିବେ ଯେ ପ୍ରିୟଙ୍କା ନିଜର ଅଭିନୟର ଆରମ୍ଭ ଟଲିଉଡ ଇଣ୍ଡଷ୍ଟ୍ରୀରୁ କରିଥିଲେ। ପ୍ରିୟଙ୍କାଙ୍କ ଦ୍ୱାରା ଅଭିନୀତ ପ୍ରଥମ ଫିଲ୍ମ ଥିଲା ‘ଥମିଜହନ’। ଏହା ଏକ ତାମିଲ୍ ଫିଲ୍ମ ଥିଲା।

CGU new

୨୦୦୦ ମସିହାରେ ମିସ୍ ଓ୍ୱାଲ୍ଡର ମୁକୁଟ ପିନ୍ଧିବା ପରେ ପ୍ରିୟଙ୍କାଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀର ରାସ୍ତା ଖୋଲିଯାଇଥିଲା। ଅବାସ-ମସ୍ତାନଙ୍କ ଫିଲ୍ମ ‘ହମରାଜ’ ତାଙ୍କୁ ଅଫର ହୋଇଥିଲା। ହେଲେ କୌଣସି କାରଣ ବଶତଃ ପ୍ରିୟଙ୍କା ଏହାକୁ କରିପାରିନଥିଲେ। ୨୦୦୨ ମସିହାରେ ତାମିଲ ଫିଲ୍ମ ‘ଥମିଜହନ’ରୁ ଅଭିନୟ ଆରମ୍ଭ କରିଥିଲେ ପ୍ରିୟଙ୍କା।

priyanka chopra-1

ଏହାପରେ ୨୦୦୩ରେ ଫିଲ୍ମ ‘ଦ ହିରୋ- ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ’ରୁ ସେ ବଲିଉଜରେ ଡେବ୍ୟୁ କରିଥିଲେ। ଏହାପରେ ଆଉ ପଛକୁ ଚାହିଁନଥିଲେ ପ୍ରିୟଙ୍କା ଏତରାଜ, ଅନ୍ଦାଜ, ମୁଝସେ ଶାଦୀ କରୋଗୀ ଭଳି ହିଟ୍ ଫିଲ୍ମ ଦେଇଚାଲିଲେ। କେବଳ ଟଲିଉଡ ବା ବଲିଉଡ ନୁହେଁ, ହଲିଉଡରେ ମଧ୍ୟ ନିଜ ଜଲଓ୍ୱା ଦେଖାଇ ସାରିଛନ୍ତି ପ୍ରିୟଙ୍କା। ହଲିଉଡରେ ତାଙ୍କର ପ୍ରଥମ ଫିଲ୍ମ ‘ବେଓ୍ୱାଚ୍’ ଥିଲା।

Comment