ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ୧୯ ଜିଲ୍ଲାରୁ ଆଉ ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୨ ହଜାର ୪୫୨କୁ ବୃଦ୍ଧି ଘଟିଛି।

ଆଜି ସୁସ୍ଥ ହୋଇଥିବା ୫୧୫ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯୯ ଜଣ ରହିଛନ୍ତି। ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭ ଜଣ ସୁସ୍ଥ ହୋଇଛନ୍ତି।CGU new

କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ୱର ୧୫, ଝାରସୁଗୁଡ଼ା ଓ ବରଗଡ଼ରୁ ୧୩ ଜଣ ଲେଖାଏଁ, ମୟୂରଭଞ୍ଜ ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ବଲାଙ୍ଗିରରୁ ୮, ଭଦ୍ରକରୁ ୭, କୋରାପୁଟରୁ ୫, ଗଜପତି ଓ ପୁରୀରୁ ୫ ଜଣ ଲେଖାଏଁ, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Comment