ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମାହାମାରୀ ପାଇଁ ଏ ବର୍ଷ ରାଜ୍ୟରେ ସବୁ ଉତ୍ସବ ଫିକା ପଡ଼ିଛି। କରୋନା ମହାମାରୀ ପାଇଁ କଟକ ସହରରେ ଏ ବର୍ଷ ଗଣେଶ ପୂଜା ମଧ୍ୟ ହେବ ନାହିଁ।

କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ସହ କମିସନରେଟ ପୋଲିସର ବୈଠକ ଏହି ନିଷ୍ପତ୍ତ ନିଆଯାଇଛି। ଏଭଳି ସ୍ଥିତି ଯଦି ଲାଗି ରହିଲା ତେବେ ଦୁର୍ଗା ପୂଜା ଧୁମଧାମରେ ହେବ ନାହିଁ। କେବଳ ମୂର୍ତ୍ତି ପୂଜା ହେବ ବୋଲି  କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିସହ ଦଶହରା ପାଇଁ କୌଣସି ପ୍ରସ୍ତୁତି ନକରିବାକୁ କୁହାଯାଇଛି।CGU new

କଟକରେ ପ୍ରତି ବର୍ଷ ଗଣେଶ ଚତୁର୍ଥୀରେ ଧୁମଧାମରେ ଗଣିପତିଙ୍କ ପୂଜା ଅର୍ଚ୍ଚନା କରାଯାଏ। ସ୍ଥାନେ ସ୍ଥାନେ ଗଣପତିଙ୍କର ଭିନ୍ନ ଭିନ୍ନ ଗଣେଶ ମୂର୍ତ୍ତି ପୂଜା ହୁଏ। କିନ୍ତୁ ଏ ବର୍ଷ କଟକବାସୀ କରୋନା ପାଇଁ ଗଣେଶ ଉତ୍ସବ ପାଳନ କରିପାରିବେ ନାହିଁ।

Comment