ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରିବେ ୩୭ ଏନଡିଆରଏଫ୍ ଯବାନ ଓ ୧୦ ଅଗ୍ନିଶମ କର୍ମଚାରୀ। ଏଥିପାଇଁ ୮ ଜଣ ଏନଡିଆରଏଫ୍ ଯବାନ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏସ୍ସିବି ପ୍ଲାଜମା ବ୍ୟାଙ୍କରେ ପହଞ୍ଚିଛନ୍ତି। ସ୍ୱାସ୍ଥ୍ୟ ଯାଞ୍ଚ ହେବା ପରେ ଯବାନ ପ୍ଲାଜମା ଦାନ କରିବେ। ପର୍ଯ୍ୟାୟ କ୍ରମେ ଯବାନମାନେ ପ୍ଲାଜମା ଦାନ କରିବେ।
ପ୍ଲାଜମା ଦାନ ପାଇଁ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଂଶସା କରିଛନ୍ତି। ଯବାନଙ୍କ ଏଭଳି ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ଏଥିସହ ଅନ୍ୟ ସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନରେ ପ୍ରେରଣା ଯୋଗାଇବ ବୋଲି ଟୁଇଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି କର୍ମଚାରୀମାନେ ବାତ୍ୟା ଅମ୍ଫନ ସମୟରେ ପଶ୍ଚିମ ବଙ୍ଗ ଯାଇଥିଲେ। ସେଠାରେ କରୋନା ସଂକ୍ରମିତ ହୋଇଥିଲେ। ନିକଟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


















