ଓଡ଼ିଶାଲାଇଭ୍ ବ୍ୟୁରୋ

kajiranga park-2

ଆସାମରେ ବନ୍ୟାର ପ୍ରଭାବ ଭୟଙ୍କର ହେବାକୁ ଲାଗିଛି। ତେବେ ଏହାର ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ପଡ଼ିଥିବାର ଦେଖାଯାଇଛି। ଆସାମର ବନ୍ୟା ପରିସ୍ଥିତି ଯୋଗୁଁ କାଜିରଙ୍ଗା ନାସନାଲ ପାର୍କର ପ୍ରାୟ ୯୦ ପ୍ରତିଶତ ଭାଗ ପାଣିରେ ବୁଡ଼ିସାରିଛି। ଏହା ଦ୍ୱାରା ୧୦୮ଟି ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।

CGU new

ତେବେ ଏହି ପାର୍କରେ ୧୩୬ଟି ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆଉ କେତେକ ବନ୍ୟଜନ୍ତୁ ଉଚ୍ଚା ଜାଗାକୁ ଚଢ଼ି ଜାବନ ବଞ୍ଚାଇବାରେ ସକ୍ଷମ ହୋଇଥିବା ବେଳେ ଆଉ କେତେକ ପାର୍କ ମଧ୍ୟ ଦେଇ ଯାଇଥିବା ନାସନାଲ ହାଇଓ୍ୱେ ଉପରକୁ ଆସିଯାଇଛନ୍ତି।

kajiranga park-1

ତେବେ ମୃତ ବନ୍ୟଜନ୍ତୁଙ୍କ ମଧ୍ୟରେ ଅଛନ୍ତି ୪ଟି ଜଙ୍ଗଲୀ ମଇଁଷି, ୭ଟି ଜଙ୍ଗଲୀ ଘୁଷୁରୀ, ଦୁଇଟି ହିପୋପଟାମସ୍ ଏବଂ ୮୨ଟି ହଗ୍ ଡିୟର ରହିଛନ୍ତି। ତେବେ ଆସାମରେ ବନ୍ୟା ଧିରେ ଧିରେ ତୀବ୍ର ରୂପ ନେବାରେ ଲାଗିଛି। ସମୁଦାୟ ୩୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲାରେ ଦେଖାଦେଇଛି ବନ୍ୟା ସଂକଟ। ପ୍ରାୟ ୫୪ ଲକ୍ଷରୁ ଅଧିକ ଲୋକ ଏଥି୍ରେ ପ୍ରଭାବିତ ହୋଇଛନ୍ତି।

Comment