ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟର ବିଭିନ୍ନ ପ୍ରମୁଖ କୋଭିଡ ହସ୍ପିଟାଲକୁ ସାନିଟାଇଜ କରାଯିବ। କୋଭିଡ ହସ୍ପିଟାଲ, କୋଭିଡ ଟେଷ୍ଟିଂ ସେଣ୍ଟର, କୋଭିଡି କେୟାର ସେଣ୍ଟରରେ ସବୁଠି ପ୍ରତ୍ୟେକ ଦିନ ସାନିଟାଇଜ କରାଯିବ ବୋଲି ରାଜ୍ୟ ଅଗ୍ନିଶମ ଡିଜି ଟୁଇଟ ଯୋଗେ ସୂଚନା ଦେଇଛନ୍ତି।CGU new

ରାଜ୍ୟର ପ୍ରମୁଖ ୩୫ଟି କୋଭିଡ ହସ୍ପିଟାଲ ଏବଂ ୨୨ କୋଭିଡ ଟେଷ୍ଟିଂ ସେଣ୍ଟର ଓ ୧୬ଟି କୋଭିଡ କେୟାର ସେଣ୍ଟର ଏଥିରେ ସାମିଲ ରହିଛି।

ଏହି କ୍ରମରେ ଆଜି ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ସାନିଟାଇଜ କରାଯାଉଥିବା ଦେଖିବାକୁ ମିଳିଛି। ଏହାପରେ ଆରଏମଆରସି, କିମ୍ସ, ଏମକେସିଜି ଆଦି ହସ୍ପିଟାଲ ଏବଂ ପରୀକ୍ଷା କେନ୍ଦ୍ର ସାନିଟାଇଜ ହେବ।

Comment