ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ। ବିଦାୟୀ ଡିସିପି ଅଖିଲେଶ୍ୱର ସିଂ ପୋଲିସ ସେବା ଭବନରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ।CGU new

ପ୍ରତୀକ ସିଂ ଏହା ପୂର୍ବରୁ କନ୍ଧମାଳର ଏସପି ଥିଲେ। ସେ ୨୦୧୪ ବ୍ୟାଚର ଆଇପିଏସ୍ ଅଫିସର। ପୂର୍ବରୁ ନକ୍ସଲଙ୍କ ବିରୋଧରେ ବିଭନ୍ନ କାର୍ଯ୍ୟାନୁଷ୍ଠନ ଯୋଗୁଁ ସେ ବେଶ ପ୍ରଂଶସିତ ହୋଇଛନ୍ତି। ବହୁତ କମ୍‌ ବୟସରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପୂର୍ବରୁ ତାଙ୍କୁ ସାହସିକତା ପାଇଁ ପୋଲିସ ପଦକ ମିଳିସାରିଛି।

‘‘ଏବେ ପୋଲିସ ବିଭାଗ ପାଇଁ ସବୁଠୁ ବଡ଼ ଚାଲେଞ୍ଜ କରୋନା। ତେଣୁ କୋଭିଡ ନିୟନ୍ତ୍ର ପାଇଁ ଯାହା ବି ଯୋଜନା ଅଛି ତାହା କିଭଳି ସଫଳ ହେବ ସେଥିପାଇଁ ପୂରା କାମ କରିବି। ସମସ୍ତେ ଏ ଦିଗରେ ସାହାଯ୍ୟ କରିବେ ବୋଲି ମୋର ଆଶା ଅଛି’’, ଦାୟିତ୍ୱ ନେବା ପରେ କହିଛନ୍ତି ପ୍ରତୀକ ସିଂ।

Comment