ଓଡ଼ିଶାଲାଇଭ୍ ଏଗ୍ରିକଲଚର୍ ବ୍ୟୁରୋ

Nayagarh cultivation

ଠିକ୍ ସମୟରେ ଆରମ୍ଭ ହୋଇଥିଲା ଧାନ ବୁଣା କାର୍ଯ୍ୟ। ହେଲେ ବର୍ଷା ଅଭାବରୁ ଏଯାଏଁ ଆରମ୍ଭ ହୋଇପାରିନି ବେଉଷଣା କିମ୍ବା ରୁଆ ଓ ପୋତା କାର୍ଯ୍ୟ। ଏନେଇ ବର୍ତ୍ତମାନ ଚିନ୍ତାରେ ନୟାଗଡ଼ର ଚାଷୀ।

CGU new

ଚଳିତ ବର୍ଷ ସଠିକ୍ ସମୟରେ ସଠିକ୍ ପରିମାଣରେ ବର୍ଷା ନହେବା ଫଳରେ ବାଧାପ୍ରାପ୍ତ ହୋଇଛି ନୟାଗଡ଼ ଜିଲ୍ଲାର ଖରିଫ୍ ଧାନଚାଷ। ସାଧାରଣତଃ ଜ୍ୟେଷ୍ଠ ମାସରେ ଧାନ ବୁଣା କାର୍ଯ୍ୟ ଆରମ୍ଭ କରିଥାନ୍ତି ଚାଷୀ ଏବଂ ଆଷାଢ଼ରେ ବର୍ଷା ଆରମ୍ଭ ହେଲେ ରୁଆ ବେଉଷଣା କାର୍ଯ୍ୟ ଆରମ୍ଭ ହୋଇଯାଇଥାଏ।

ହେଲେ ଏବେ ଆଷାଢ଼ ଯାଇ ଶ୍ରାବଣ ମାସ ହେଲାଣି କିନ୍ତୁ ଧାନ ଜମି ଏଯାଏଁ ଶୁଖିଲା ପଡ଼ିଛି। ତେଣୁ ଏବର୍ଷ ଧାନ ଚାଷକୁ ନେଇ ଚାଷୀଙ୍କ ମନରେ ଆଶଙ୍କା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here