ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ କରୋନା ଦିନକୁ ଦିନ ସାଂଘାତିକ ପରିସ୍ଥିତି ସୃଷ୍ଟି କଲାଣି। ଏବେ ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାତା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୩୭ ହଜାର ୧୮୪ ନୂଆ ମାମଲା ଆସିଥିଲା ବେଳେ ୫୮୭ ଜଣଙ୍କର ମୃତ୍ୟୁ ଘଟିଛି।
ଦେଶରେ ମୋଟ ୧୧ ଲକ୍ଷ ୫୫ ହଜାର ୧୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଲକ୍ଷ ୨୪ ହଜାର ୫୭୭ ସୁସ୍ଥ ହୋଇଥିଲା ବେଳେ ୪ ଲକ୍ଷ ୨ ହଜାର ୫୨୯ ଆକ୍ଟିଭ କେସ ରହିଛି।
ସେହିପରି ସବୁ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ହୋଇଛନ୍ତି। ବତ୍ତର୍ମାନ ସୁଦ୍ଧା ମହାରାଷ୍ଟ୍ରରେ ୩ ଲକ୍ଷ ୧୮ ହଜାର ୬୯୫ ଆକ୍ରନ୍ତ ହୋଇଥିଲା ବେଳେ ୧୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତା’ ପଛକୁ ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ରହିଛି।


















