ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୨୩ ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୬୪୭ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୪୩୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୨୧୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛି।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୨୫ ଜଣ ଚିହ୍ନଟ ହୋଇଥିଲା ବେଳେ କଟକରୁ ୮୪, ଖୋର୍ଦ୍ଧାରୁ ୬୮ ଚିହ୍ନଟ ହୋଇଛନ୍ତି।
ରାୟଗଡ଼ାରୁ ୪୭, ବାଲେଶ୍ୱରରୁ ୪୦, ଅନୁଗୁଳରୁ ୩୭, ସୁନ୍ଦରଗଡ଼ରୁ ୨୨, କୋରାପୁଟରୁ ୨୮, କେନ୍ଦ୍ରାପଡ଼ାରୁ ୩୩, ଭଦ୍ରକରୁ ୧୨, କେନ୍ଦୁଝରରୁ ୮, ଜଗତସିଂହପୁରରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସମ୍ବଲପୁର, ମାଲକାନଗିରି, ଢେଙ୍କାନାଳରୁ ୧୦ ଜଣ ଲେଖାଏଁ, କନ୍ଧମାଳ, ବଲାଙ୍ଗିରରୁ ୫ ଜଣ ଲେଖାଏଁ, ବରଗଡ଼ ଓ ନୟାଗଡ଼ରୁ ୪ ଜଣ ଲେଖାଏଁ, ମୟୁରଭଞ୍ଜରୁ ୩, ସୁବର୍ଣ୍ଣପୁରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ନବରଙ୍ଗପୁର, ଯାଜପୁରରୁ ୨ ଜଣ ଲେଖାଏଁ, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ୧୮ ହଜାର ୭୫୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫ ହଜାର ୭୧୫ ଆକ୍ଟିଭ କେସ ରହିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି।


















