ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୭ ତାରିଖ ସୋମବାର ଓ ୨୮ ତାରିଖ ମଙ୍ଗଳବାର କନ୍ଧମାଳ ସଟ୍ଡାଉନ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ରହିଥିବାରୁ ଲଗାତର ୪ ଦିନ ଜିଲ୍ଲା ସଟଡାଉନ ରହିବ। ଏନେଇ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।
କନ୍ଧମାଳରେ ଏଯାବତ୍ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୮ ଅଛି। ଏମାନଙ୍କ ଭିତରୁ ୧୯୯ ଜଣ ସୁସ୍ଥ ହୋଇଥିଲା ବେଳେ ୬୮ କେସ ଆକ୍ଟିଭ ରହିଛି ଓ ଜଣଙ୍କର ମୃତ୍ୟୁ ହୋଇଛି।


















