ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସାମନ୍ତ ସିଂହାରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଲିଅଳ ବିଶ୍ୱାଳ ନାମକ ଜଣେ ଅସହାୟ ମହିଳାଙ୍କ ଘର ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣାରେ ମହିଳାଜଣକ ନିଜ ଦେଢ଼ଶୁରଙ୍କ ନାମରେ ବାଲୁଗାଁ ଥାନାରେ ଅଭିଯୋଗ କରିଛନ୍ତି।

ପାରିବାରିକ କଳହରୁ ଅଲିଅଳ ଏବଂ ତାଙ୍କ ଦେଢ଼ଶୁରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ମଙ୍ଗଳବାର ରାତିରେ ସମ୍ପୃକ୍ତ ମହିଳାଙ୍କ ସହ ସେହି ଗାଁର କିଛି ଲୋକ ଗଣ୍ଡଗୋଳ କରିଥିଲେ। ଏହି ଘଟଣାରେ ମହିଳାଙ୍କ ଦେଢ଼ଶୁର ମଧ୍ୟ ସାମିଲ ଥିଲେ।

ଅଳିଅଳଙ୍କୁ ଏକୁଟିଆ ପାଇ ରାତିରେ କେତେକ ଲୋକ ତାଙ୍କ ଘର ଉପରକୁ ଟେକା ପଥର ମାଡ କରିଥିଲେ। ଅଲିଅଳ ଏ ବାବଦରେ ଏତଲା ଦେବା ପାଇଁ ଥାନାକୁ ଯାଇଥିଲେ।CGU newଏହାର ସୁଯୋଗ ନେଇ ଦେଢ଼ଶୁର ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ବାଲୁଗାଁ ଥାନାରେ ଅଭିଯୋଗ କରିଛନ୍ତି ଅଳିଅଳ। କିନ୍ତୁ ସାମନ୍ତ ସିଂହାରପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାରୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବାଲୁଗାଁ ଏସ୍‌ଡିପିଓ ସଫେଇ ଦେଇଛନ୍ତି।

Comment