ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୋଭିଡ୍‌ ମୁକାବିଲାରେ ଆସନ୍ତା ୩ ମାସ ପାଇଁ ଖର୍ଚ୍ଚ ହେବ ୨୦ କୋଟି
  • ସୁନ୍ଦରଗଡ଼ ଡିଏମ୍‌ଏଫ୍‌ରୁ ୧୫ କୋଟି
  • ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୫ କୋଟି
  • କୋଭିଡ୍‌ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
  • ରାଉରକେଲା ଆଇଜିଏଚ୍‌ ହେବ ପ୍ଲାଜମା ବ୍ୟାଙ୍କ

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୩ ମାସ ପାଇଁ ୨୦ କୋଟି ଟଙ୍କା ସୁନ୍ଦରଗଡ଼ ଜିଲ୍ଲାରେ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୧୫ କୋଟି ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

‘‘କୋଭିଡ୍‌ ପରିଚାଳନାରେ ସୁନ୍ଦରଗଡ଼ ଜିଲ୍ଲା ଭଲ ପଦକ୍ଷେପ ନେଇଛି। ରାଉରକେଲାରେ ସୁସ୍ଥତା ହାର ୮୫ ପ୍ରତିଶତ ରହିଛି। କୋଭିଡ୍‌ ପରିଚାଳନା ପାଇଁ ଜିଲ୍ଲାପାଳ ଇତିମଧ୍ୟରେ ଡିଏମ୍‌ଏଫ୍‌ରୁ ୨୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି। ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ କେୟାର ସେଣ୍ଟର ପାଇଁ ଆଉ ୧୫ କୋଟି ଟଙ୍କା ଆସନ୍ତା ୩ ମାସ ଭିତରେ ଖର୍ଚ୍ଚ କରାଯିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, କୋଭିଡ୍‌ କେୟାର ସେଣ୍ଟରର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ୭୦୦ରୁ ୧୭୦୦ ଶଯ୍ୟାରେ ପରିଣତ କରାଯିବ।

CGU newରାଉରକେଲାରେ ଖୁବ୍‌ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ କରାଯିବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶ ପରେ ପଶ୍ଚିମ ଓଡ଼ିଶାରେ କରୋନା ମୁକାବିଲା ପାଇଁ ପ୍ଲାଜମା ଚିକିତ୍ସା ଆରମ୍ଭ ହେବ। ଆଇଜିଏଚ୍‌ ପ୍ଲାଜମା ବ୍ୟାଙ୍କ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାର ଲୋକମାନେ ଏହାଦ୍ୱାରା ଉପକୃତ ହେବେ।

Comment