ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟର ୨୭ ଜିଲ୍ଲାରୁ ସର୍ବାଧିକ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୪୭ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୪୧୭ ଟି ଲୋକାଲ କେସ ସାମ୍ନାକୁ ଆସିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୪୦, ଖୋର୍ଦ୍ଧାରୁ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡ଼ାରୁ ୮୪, ନୟାଗଡ଼ରୁ ୬୧, ସୁନ୍ଦରଗଡ଼ରୁ ୬୦, ଗଜପତିରୁ ୭୪, କଟକରୁ ୪୭, ଭଦ୍ରକରୁ ୩୦, କନ୍ଧମାଳରୁ ୨୯, କୋରାପୁଟରୁ ୨୭ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି।
ସେହିପରି କେନ୍ଦୁଝରରୁ ୨୫, ବରଗଡ଼ ୨୪, ପୁରୀ ୨୨, ସମ୍ବଲପୁରରୁ ୨୦, ଯାଜପୁରରୁ ୧୭, ମୟୂରଭଞ୍ଜରୁ ୧୫, ବାଲେଶ୍ୱରରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେନ୍ଦ୍ରାପଡ଼ାରୁ ୮, କଳାହାଣ୍ଡି ଓ ଅନୁଗୁଳରୁ ୭ ଜଣ ଲେଖାଏଁ, ଢେଙ୍କନାଳରୁ ୬, ଜଗତସିଂହପୁର ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ, ନୂଆପଡ଼ାରୁ ୨, ବୌଦ୍ଧରୁ ୨, ଝାରସୁଗଡ଼ାରୁ ୩, ମୟୂରଭଞ୍ଜରୁ ୧୫ ଚିହ୍ନଟ ହୋଇଛନ୍ତି।
ଏଯାବତ୍ ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ ହଜାର ୯୯କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୧୩ ହଜାର ୭୪୯ ଜଣ ସୁସ୍ଥ ହୋଇଥିଲା ବେଳେ ୭୨୦୫ ଆକ୍ଟିଭ କେସ୍ ରହିଛି।


















