ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପା, ମା’ଙ୍କ ସହିତ ୨୫ ବର୍ଷର ପୁଅକୁ ଘରେ ପଶି ହତ୍ୟା କଲେ ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ଘଟିଛି ଏହି ଅଭାବନୀୟ କାଣ୍ଡ।

ଘର ଭିତରେ ବାପା ବୁଲୁ ଭୋଇ (୬୫), ମା’ ବୈଦେହୀ ଭୋଇ (୫୫)ଙ୍କ ମୃତଦେହ ପଡ଼ିଥିଲା ବେଳେ ଘର ବାହାରେ ପୁଅ ଶିବ ଭୋଇ (୨୫)ଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିଲା। ତିନି ଜଣଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ମଧ୍ୟ ରହିଛି। ଟ୍ରିପଲ ମର୍ଡରଙ୍କୁ ନେଇ ପୂରା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।CGU new

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି। ବୁଧବାର ବିଳମ୍ବିତ ରାତିରେ ଘରେ ପଶି କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here