ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲାର ୧୧ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ବାଣପୁର ଓ ବାଲୁଙ୍ଗାର ବିଭିନ୍ନ ଥାନା ଓ ଫାଣ୍ଡିର କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର ସବୁ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏଥିସହିତ ସଂପୃକ୍ତ ଥାନା ଓ ଫାଣ୍ଡିକୁ ସାନିଟାଇଜ ମଧ୍ୟ କରାଯାଉଛି।
ଏହି କର୍ମଚାରୀମାନେ କିଭିଳି କରୋନା ଆକ୍ରାନ୍ତ ହେଲେ ସେନେଇ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୩୫୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧ ହଜାର ୩୩୧ ଜଣ ସୁସ୍ଥ ହୋଇଥିଲା ବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଛି।


















