ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପି। ରାଜ୍ୟରେ ପ୍ରଥମେ ପ୍ଲାଜମା ନେଇଥିବା ରୋଗୀ ପୂରା ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

କଟକ ଜଣେ ୪୮ ବର୍ଷୀୟା ମହିଳାଙ୍କୁ ପ୍ରଥମେ ପ୍ଲାଜମା ଦିଆଯାଇଥିଲା। ସେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କୁ ଡିସଚାର୍ଜ କରାଯିବ।CGU new

ସବୁଠୁ ଖାସ କଥା ବର୍ତ୍ତମାନ ସୁଦ୍ଧା ରାଜ୍ୟର ରାଜ୍ୟର ୧୩ ଜଣ କରୋନା ଆକ୍ରାନ୍ତଙ୍କୁ ଦିଆଯାଇଛି ପ୍ଲାଜମା। ପ୍ଲାଜମା ନେବା ପରେ ସମସ୍ତେ ଶୀଘ୍ର ସୁସ୍ଥ ହେଉଥିବା ସୂଚନା ମିଳିଛି।

Comment