ଓଡ଼ିଶାଲାଇଭ୍‌ ବ୍ୟୁରୋcorona test 1

ମାତ୍ର ୩୦ ସେକେଣ୍ଡରେ ଆସିବ କରୋନା ଟେଷ୍ଟ ରିପୋର୍ଟ। ଏନେଇ ପରୀକ୍ଷା ନୀରିକ୍ଷା ପାଇଁ ଇସ୍ରାଏଲର ଏକ ବୈଜ୍ଞାନିକ ଟିମ୍‌ ଭାରତ ଆସିବେ। ଦିଲ୍ଲୀ ଏମ୍ସରେ ବୈଜ୍ଞାନିକମାନେ ଗବେଷଣା କରିବେ ବୋଲି ଜଣାପଡ଼ିଛି।

ପୋଲିୟାମିନୋ ଏସିଡ ମାଧ୍ୟମରେ ୩୦ ସେକେଣ୍ଡରେ ମଧ୍ୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ ଜଣାପଡ଼ିବ ବୋଲି ଇସ୍ରାଏଲର ପ୍ରତିରକ୍ଷା ଗବେଷଣାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏଥିସହିତ କମ ଖର୍ଚ୍ଚରେ ଘରେ କିପରି କରୋନା ବାଇଓକେମିକାଲ ଟେଷ୍ଟ କରାଯିବ ସେନେଇ ମଧ୍ୟ ଏହି ଟିମ୍‌ ପରୀକ୍ଷା କରିବେ।CGU new

ଏହି ଦୁଇଟି ପରୀକ୍ଷା ପାଇଁ ଲାଳ ସଂଗ୍ରହ କରାଯିବ। ଏଥିପାଇଁ ୪ ହଜାରରୁ ୫ ହଜାର ନମୁନା ସଂଗ୍ରହ ହେବ। ପୂର୍ବରୁ ଏହାର ପରୀକ୍ଷଣ ଇସ୍ରାଏଲରେ କରାଯାଇଛି।

କରୋନାର ମୁକାବିଲା ପାଇଁ ତିଆରି ହୋଇଥିବା ନୂଆ ଉଦଭାବନ ଉପରେ ଇସ୍ରାଏଲର ବୈଜ୍ଞାନିକମାନେ ଭାରତ ସହିତ ସେମାନଙ୍କ ଅଭିଜ୍ଞତା ବାଣ୍ଟିବେ।

Comment