ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଜ୍ୟରେ ପୁଣି ରେକର୍ଡ ପାର କରିଛି କରୋନା। ଦିନକରେ ରାଜ୍ୟର ୨୮ ଜିଲ୍ଲାରୁ ସର୍ବାଧିକ ୧୫୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୧୦୬୭ ଜଣ ଚିହ୍ନଟ ହୋଇଥିଲା ବେଳେ ୫୨୭ ଲୋକାଲ କେସ ରହିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  କେବଳ ଗଞ୍ଜାମରୁ ୭୩୨ ଜଣ  ଓ ଖୋର୍ଦ୍ଧାରୁ ୩୨୦ ଜଣ ଚିହ୍ନଟ ହୋଇଛନ୍ତି।CGU new

କଟକରୁ ୧୩୬, ଭଦ୍ରକରୁ ୬୦, ସୁନ୍ଦରଗଡ଼ରୁ ୫୬, ବୌଦ୍ଧ ୪୧,  କୋରାପୁଟ ୩୩, ମୟୁରଭଞ୍ଜ ୩୨, ପୁରୀ ୩୦, ବାଲେଶ୍ୱରରୁ ୨୨, କେନ୍ଦୁଝର ୨୦, କନ୍ଧମାଳରୁ ୧୭, ସମ୍ବଲପୁର ୧୩, ଅନୁଗୁଳ ଓ ନୟାଗଡ଼ର ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା, ମାଲକାନଗିରିରୁ ୯ ଜଣ ଲେଖାଏଁ, ଝାରସୁଗଡ଼ା, ବରଗଡ଼ରୁ ୮ ଜଣ, ଜଗତସିଂହପୁରରୁ  ୩, ଯାଜପୁରରୁ ୫, କଳାହାଣ୍ଡିରୁ ୧, ନବରଙ୍ଗପୁରରୁ ୩, ସମ୍ବଲପୁରରୁ ୧୩, ସୋନପୁରରୁ ୪ ଜଣ ଚିହ୍ନଟ ହୋଇଛନ୍ତି।

ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୩ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୧୪ ହଜାର ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ୮ ହଜାର ୧୪୮ ଆକ୍ଟିଭ କେସ୍‌ ରହିଛି। ଆଜି ରାଜ୍ୟରେ ଆଉ ୬ ଜଣଙ୍କର ମୃତ୍ୟ ଘଟିବା ପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି।

Comment