ଓଡିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଶନିବାର ସହରରୁ ଆଉ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୨ ଜଣ କ୍ଵାରେଣ୍ଟାଇନ୍‌ରୁ ଏବଂ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ସିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ରାଉସାପାଟଣାରୁ ସର୍ବାଧିକ ୨୧ ଜଣ ଆକ୍ରାନ୍ତ ଅଛନ୍ତି। ଏଥିସହ ଏସ୍‌ସିବି ଆଇସୋଲେସନ୍ ଓ୍ଵାର୍ଡରୁ ୩ ଜଣ ମହିଳା କରୋନା ଯୋଦ୍ଧା, କାଳୀଗଳିରୁ ୩ ଜଣ, ବାଲୁବଜାରରୁ ୨ ଜଣ, ସିଡିଏ ସେକ୍ଟର-୬ରୁ ଜଣେ, ଶିଖରପୁରରୁ ଜଣେ, ସାହେବଜାଦା ବଜାରରୁ ଜଣେ ଏବଂ ସରକାରୀ କ୍ଵାରେଣ୍ଟାଇନ୍‌ରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।CGU newଏଥିସହ କଟକ ସହରରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୧୪ରେ ପହଞ୍ଚିଛି। ସେଥିମଧ୍ୟରୁ ୨୭୩ ଜଣ ସୁସ୍ଥ ହୋଇଥିବା ବେଳେ ୩୩୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ସେହିପରି ସହରରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି।

Comment