ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି କରୋନାରେ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ  ୬୦, ୩୦, ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ବେଳେ ସୁନ୍ଦରଗଡ଼ରୁ ୬୦ ଓ ୫୪ ବର୍ଷୀୟ ବ୍ୟକ୍ତି, ବାଲେଶ୍ୱରରୁ ଜଣେ ୬୦ ବର୍ଷୀୟ ମହିଳା ଓ ଜଣେ ୩୭ ବର୍ଷୀୟ ଯୁବକ କରୋନାରେ ପ୍ରାଣ ହରାଇଛନ୍ତି।

ସେହିପରି ଗଜପତିର ୩୭, ଝାରସୁଗଡ଼ାର ୬୧ ଓ ରାୟଗଡ଼ାରୁ ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟ ସଂଖ୍ୟା ୧୩୦ରେ ପହଞ୍ଚିଛି। ଏହି ୧୩୦ ଜଣଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୭୩ ଜଣ ଅଛନ୍ତି।CGU new

ତେବେ ରାଜ୍ୟରେ କେବଳ ଜୁଲାଇ ମାସରେ ହିଁ କୋଭତଡରେ ଅଧିକ ମୃତ୍ୟୁ ହୋଇଛି। ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।  ଅନ୍ୟପଟରେ ଆଜି ରାଜ୍ୟରେ ୧୩୨୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Comment