ଓଡ଼ିଶାଲାଇଭ୍‌ ବ୍ୟୁରୋcorona case-2

ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୭୫୭ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୪୮ ହଜାର ୯୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ହଜାର ୩୫୮ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ମୋଟ ୮ ଲକ୍ଷ ୪୯ ହଜାର ୪୬୧ ଜଣ କରୋନା ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ୪ ଲକ୍ଷ ୫୬ ହଜାର ୭୧ଟି ଆକ୍ଟିଭ କେସ ରହିଛି।CGU new

କେବଳ ମହାରାଷ୍ଟ୍ରରେ ୩ ଲକ୍ଷ ୫୭ ହଜାର ୧୭ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ହଜାର ୧୩୨ ଜଣଙ୍କର ଜୀବନ ଯାଇଛି। ମହାରାଷକଟ୍ରରେ ଦିଲ୍ଲୀ କରୋନା ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛି।

Comment