ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଜ୍ୟରେ ୨୪ ଜିଲ୍ଲାରୁ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୭ ଜଣ ଥିଲା ବେଳେ ଲୋକାଲ କେସ ୪୩୩ ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଗଞ୍ଜାମରୁ ୫୬୦ ଜଣ ଅଛନ୍ତି। ଖୋର୍ଦ୍ଧାରୁ ୧୭୪ , କଟକରୁ ୪୭ ଜଣ ଅଛନ୍ତି।CGU new

ସେହିପରି ଅନୁଗୁଳରୁ  ୬, ବାଲେଶ୍ୱରରୁ ୨୩,  ବରଗଡ଼ରୁ ୧୪, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯, ଦେଓଗଡ଼ରୁ ୧, ଗଜପତିରୁ ୯୦,  ଜଗତସିଂହପୁରରୁ ୩,  ଯାଜପୁରରୁ ୨୩,  ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କନ୍ଧାମାଳରୁ ୩୯, କେନ୍ଦ୍ରାପଡ଼ରୁ ୧, କେନ୍ଦୁଝରରୁ ୨୪,  କୋରାପୁଟରୁ ୩୦, ନୟାଗଡ଼ରୁ ୩୮,  ନୂଆପଡ଼ାରୁ ୪, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସୋନପୁରରୁ୧,  ସୁନ୍ଦରଗଡ଼ରୁ ୪୭, ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏଯାବତ୍ ପଜିଟିଭ ସଂଖ୍ୟା  ୨୪ ହଜାର ୧୩କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧୫ ହଜାର ୨୦୦ ଲୋକ  ସୁସ୍ଥ ହୋଇଥିଲା ବେଳେ ୮୬୫୦ ଆକ୍ଟିଭ କେସ୍‌ ରହିଛି।

ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚିଛି।

Comment