ଓଡ଼ିଶାଲାଇଭ୍‌ ବ୍ୟୁରୋcorona vaccine-1

ଆଜି ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ  ୧୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୪୫୯ ଟି ଲୋକାଲା କେସ ରହିଛି।

ଗଞ୍ଜାମରୁ ସର୍ବାଧିକ  ୪୮୪, ଖୋର୍ଦ୍ଧାରୁ ୧୮୭, କେନ୍ଦୁଝରରୁ ୧୦୩,  ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦, ବାଲେଶ୍ୱରରୁ ୨୯, ମୟୁରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ବଲାଙ୍ଗିରରୁ ୧୯, ସମ୍ବଲପୁରରୁ ୧୭, ଢେଙ୍କାନାଳ ଓ ମାଲକାନଗିରିରୁ ୧୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

କନ୍ଧାମାଳରୁ ୧୨, ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା ୧୧ ଜଣ ଲେଖାଏଁ, ଭଦ୍ରକରୁ ୧୦,  ବୌଦ୍ଧ ଓ ଯାଜପୁରରୁ ୮, ବରଗଡ଼ ଓ କୋରାପୁଟରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ା ୬ ଜଣ, ଅନୁଗୁଳ ଓ ସୋନୁପରରୁ ୫ ଲେଖାଏଁ, ନୂଆପଡ଼ାରୁ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏଯାବତ୍ ପଜିଟିଭ୍‌ ସଂଖ୍ୟା ୨୫ ହଜାର  ୩୮୯କୁ ବୃଦ୍ଧି ପାଇଛି। ୧୫  ହଜାର ୯୨୮ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୯୨୮୭ ଆକ୍ଟିଭ କେସ ରହିଛି।

Comment