ଓଡ଼ିଶାଲାଇଭ ବ୍ୟୁରୋ
ଭାରତରେ ୧୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪୯ ହଜାର ୯୩୧ ନୂଆ ମାମଲା ଆସିଥିଲା ବେଳେ ୭୦୮ ଜଣଙ୍କ ମୃତ୍ୟୁ ଘଟିଛି।
ଏଥିସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୪ ଲକ୍ଷ ୩୫ ହଜାର ୪୫୩କୁ ବୃଦ୍ଧି ଘଟିଛି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୩୨ ହଜାର ୭୭୧ରେ ପହଞ୍ଚିଛି।
ରାଜ୍ୟ ମଧ୍ୟରେ କରୋନା ଦ୍ୱାରା ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ମୋଟ ୩ ଲକ୍ଷ ୭୫ ହଜାର ଆକ୍ରାନ୍ତ ହୋଇଥିଲା ବେଳେ ୧୩ ହଜାର ୬୫୬ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପରେ ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ଅଧିକ ପ୍ରଭାବିତ ହୋଇଛି।


















