ଓଡ଼ିଶାଲାଇଭ ବ୍ୟୁରୋ

ଆଜି ରାଜ୍ୟର ୨୮ ଜିଲ୍ଲାରୁ ନୂଆ ୧୫୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୨୬ ହଜାର ୮୯୨କୁ ବୃଦ୍ଧି ଘଟିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୨ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିଲା ବେଳେ ୫୦୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯୧ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୨୨୩, କଟକରୁ ୧୩୬, ଗଜପତି ଓ କନ୍ଧାମାଳରୁ  ୭୩ ଲେଖାଏଁ, ରାୟଗଡ଼ାରୁ ୬୮, ସୁନ୍ଦରଗଡ଼ରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଯାଜପୁରରୁ  ୫୧, କେନ୍ଦୁଝରରୁ ୪୩, କୋରାପୁଟ ଓ ମାଲକାନଗିରିରୁ ୩୪ ଲେଖାଏଁ,  ଢେଙ୍କନାଳରୁ ୩୨, ମୟରୂଭଞ୍ଜରୁ ୨୮, ଭଦ୍ରକରୁ ୨୫, ବରଗଡ଼ରୁ ୨୩, ବଲାଙ୍ଗିରରୁ ୨୧, ବାଲେଶ୍ୱରରୁ ୧୯, ସମ୍ବଲପୁରରୁ ୧୭, କେନ୍ଦ୍ରାପଡ଼ାରୁ ୯, ନୟାଗଡ଼ରୁ ୮, ପୁରୀ ଓ ସୋନପୁରରୁ ୪ ଲେଖାଏଁ,  ନବରଙ୍ଗପୁରରୁ ୨, ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଏବେ ସୁଦ୍ଧା ୧୬ ହଜାର ୭୯୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୯୯୧୯ ଆକ୍ଟିଭ କେସ ରହିଛି।

Comment