ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟସଂଖ୍ୟା ୧୪୭କୁ ବୃଦ୍ଧି ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।
ଗଞ୍ଜାମରେ ୫୫ ଓ ୫୮ ବର୍ଷୀୟ ପୁରୁଷ ଓ ଜଣେ ୫୧ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଭୁବନେଶ୍ୱରର ଜଣେ ୪୫ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ର ୬୩ ବର୍ଷୀୟ ପୁରୁଷ, କଟକର ୬୬ ବର୍ଷୀୟ ଓ ମାଲକାନଗିରି ୫୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି।
ଅନ୍ୟପଟରେ ଆଜି ରାଜ୍ୟରେ ପୁଣି ୧୫୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


















