ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୩ ହଜାର ୪୨୫କୁ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୬୫୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୭ ହଜାର ୭୦୪ ନୂଆ ମାମଲା ଆସିଛି।
ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୪ ଲକ୍ଷ ୯୬ ହଜାର ୯୮୮ ଆକ୍ଟିଭ କେସ୍ ହୋଇଥିଲା ବେଳେ ୯ ଲକ୍ଷ ୫୨ ହଜାର ୭୪୩ ଜଣ ସୁସ୍ଥ ହୋଇଛନ୍ତି।
ଦେଶ ଭିତରେ ମହାରାଷ୍ଟ୍ର କରୋନା ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ପଛକୁ ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି।


















