ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୫୩ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିଲା ବେଳେ ୪୬୨ ଲୋକାଲ କେସ୍ ରହିଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୧୦୭କୁ ବୃଦ୍ଧି ଘଟିଛି।
ଆଜିବ ଗଞ୍ଜାମରେ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଛନ୍ତି। ଖୋଦ୍ଧାରୁ ୩୧୨, ଗଜପତିରୁ ୮୯, କେନ୍ଦୁଝରରୁ ୭୭, କୋରାପୁଟରୁ ୭୩, କଟକରୁ ୬୦, ଜଗତସିଂହପୁରରୁ ୪୭, ବାଲେଶ୍ୱରରୁ ୨୯, ରାୟଗଡ଼ାରୁ ୨୪ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ମୟରୁଭଞ୍ଜରୁ ୨୨, ବଲାଙ୍ଗିରରୁ ୨୧, ଯାଜପୁରରୁ ୨୦, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୪ ଜଣ ଲେଖାଏଁ, ବରଗଡ଼ରୁ ୧୦, କଳାହାଣ୍ଡି ଓ ନୂଆପଡ଼ାରୁ ୭ ଜଣ ଲେଖାଏଁ, ନୟାଗଡ଼ରୁ ୭, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, ଭଦ୍ରକରୁ ମଧ୍ୟ ୨ ଜଣ ଲେଖାଏଁ, ଦେବଗଡ଼ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଏଯାବତ୍ ୧୭ ହଜାର ୩୭୩ ଲୋକ କରୋନା ସୁସ୍ଥ ହୋଇଥିଲା ବେଳେ ଆକ୍ଟିଭ୍ କେସ ୧୦ ହଜାର ୫୪୩ ରହିଛି।


















