ଓଡ଼ିଶାଲାଇଭ୍ ବ୍ୟୁରୋ

CUO koraput

 

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶା)ରେ ଫାଇନାନ୍ସ ଅଫିସର, ଲାଇବ୍ରେରିଆନ୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ମାସ ୩୧ ତାରିଖ ଯାଏଁ ଚାଲୁ ରହିବ।

ପଦବୀ ସଂଖ୍ୟା:

  • ଫାଇନାନ୍ସ ଅଫିସର- ୧
  • କଣ୍ଟ୍ରୋଲର ଅଫ୍ ଏକ୍ସାମିନେସନ୍- ୧
  • ଲାଇବ୍ରେରିଆନ- ୧
  • ସିକ୍ୟୁରିଟି ଅଫିସର- ୧
  • ଇଣ୍ଟରନାଲ ଅଡିଟ୍ ଅଫିସର- ୧
  • ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍- ୧
  • ଆସିଷ୍ଟାଣ୍ଟ ରେଜିଷ୍ଟ୍ରର୍- ୨
  • ମେଡିକାଲ ଅଫିସର- ୨
  • ସିଷ୍ଟମ ଆନାଲିଷ୍ଟ- ୧
  • ଇନଫରମେସନ୍ ସାଇଣ୍ଟିଷ୍ଟ- ୧
  • ପ୍ରାଇଭେଟ୍ ସେକ୍ରେଟାରୀ- ୩
  • ସେକ୍ସନ ଅଫିସର- ୨
  • ନର୍ସ- ୧
  • ପର୍ସନାଲ ଆସିଷ୍ଟାଣ୍ଟ- ୩
  • ଆସିଷ୍ଟାଣ୍ଟ- ୩
  • ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରିକାଲ) – ୧
  • ଜୁନିୟର ଇଞ୍ଜିନିୟର (ସିଭିଲ୍) – ୧
  • ହିନ୍ଦୀ ଟ୍ରାନ୍ସଲେଟର- ୧
  • ଲୋୟର ଡିଭିଜନ କ୍ଲର୍କ- ୯
  • ହିନ୍ଦୀ ଟାଇପିଷ୍ଟ- ୧
  • ଏମଟିଏସ- ୩

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏବଂ ସମସ୍ତ ଦରକାରୀ କାଗଜପତ୍ର ନିମ୍ନଲିଖିତ ଠିକଣାକୁ ଡାକ ମାଧ୍ୟମରେ ପଠାଇପାରିବେ।

ଠିକଣା– ଦ ରେଜିଷ୍ଟ୍ରର୍, ସେଣ୍ଟ୍ରାଲ୍ ୟୁନିଭର୍ସିଟି ଅଫ୍ ଓଡ଼ିଶା, ପୋ-NAD, ସୁନାବେଡ଼ା, କୋରାପୁଟ-763004, ଓଡ଼ିଶା

ଅଧିକ ସୂଚନା ପାଇଁ cuo.ac.inରେ ଲଗ୍ଇନ୍ କରନ୍ତୁ।

Comment