ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଜି ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ହାର୍ଦ୍ଦିକ ନିଜେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ହାର୍ଦ୍ଦିକଙ୍କ ଏହି ସୂଚନା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛର ସୁଅ ଛୁଟିଛି। କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ସମେତ  ଅନେକ ଖେଳାଳି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ହାର୍ଦ୍ଦିକ ନତାଶା ଲକଡାଉନ ସମୟରେ ଜୁନ୍‌ ମାସରେ ବିବାହ କରିଥିଲେ। ବିବାହ ପୂର୍ବରୁ ନତାଶା ଗର୍ଭବତୀ ଥିଲେ। ଉଭୟ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରୁଥିଲେ। କିଛି ମାସ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶାଙ୍କର ନିର୍ବନ୍ଧ ହୋଇଥିଲା। ସେହି ସମୟରେ ଉଭୟଙ୍କୁ ନେଇ ଜୋର ଚର୍ଚ୍ଚା ହୋଇଥିଲା।

Comment