ଓଡିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍‌ଏସିକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।

ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ରାତି ୯ଟାରୁ ଅଗଷ୍ଟ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଏହି ସଟ୍‌ଡାଉନ୍ ଜାରି ରହିବ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ମାଲକାନଗିରିରୁ ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯୭ ଜଣ ସୁସ୍ଥ ହୋଇଥିବା ବେଳେ ୧୪୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଜିଲ୍ଲାରେ ୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Comment