ଓଡ଼ିଶାଲାଇଭ୍ ବ୍ୟୁରୋ

Coronavirus blood test

ଦେଶବ୍ୟାପି ବଢ଼ିଚାଲିଛି କରୋନା ସଂକ୍ରମଣ। ତେବେ ଭାରତରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସୁଧାର ଦେଖିବାକୁ ମିଳିଛି। ଭାରତରେ ୧୫୦ ଦିନରେ ସୁସ୍ଥ ହୋଇଛନ୍ତି ଦଶ ଲକ୍ଷ୍ୟରୁ ଅଧିକ ଆକ୍ରାନ୍ତ।

ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୪.୪ ପ୍ରତିଶତ ସୁସ୍ଥ ହୋଇସାରିଛନ୍ତି। ବୁଧବାର ରାତି ସୁଦ୍ଧା ଭାରତରେ ଆକ୍ରାନ୍ତ ହୋଇଥିବା ମୋଟ ୧୫,୮୨,୭୩୦ ଜଣଙ୍କ ମଧ୍ୟରୁ ୧୦,୧୯,୨୯୭ ଜଣ ସୁସ୍ଥ ହୋଇସାରିଛନ୍ତି।

ରିପୋର୍ଟ ଅନୁୟାୟୀ ମେ’ ୨୭ ତାରିଖରେ ଦେଶରେ ଆକ୍ଟିଭ୍ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ପ୍ରାୟ ୨୩ ହଜାରରୁ ଅଧିକ ଥିଲା। କିନ୍ତୁ ଧିରେ ଧିରେ ଏହି ବ୍ୟବଧାନ ହ୍ରାସ ପାଇଥିଲା। ଗତ ବୁଧବାର ସୁଦ୍ଧା ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟାଠାରୁ ୪,୯୦,୮୩୮ ଅଧିକ ରହିଛି।

corona cured

ତେବେ ମାର୍ଚ୍ଚ ୨ ପରେ ମାତ୍ର ୧୫୦ ଦିନରେ ଭାରତରେ ୧୦ ଲକ୍ଷରୁ ଅଥିକ ରୋଗୀ ସୁସ୍ଥ ହୋଇଛନ୍ତି। ତେବେ ପ୍ରଥମ ୨ ଲକ୍ଷ ପଚାଶ ହଜାର ଆକ୍ରାନ୍ତ ସୁସ୍ଥ ହେବା ପାଇଁ ୧୧୪ ଦିନ ଲାଗିଥିଲା। ଏହାପରେ ଅନ୍ୟ ୨ ଲକ୍ଷ ୫୦ ହଜାର ଆକ୍ରନ୍ତ ସୁସ୍ଥ ହେବା ପାଇଁ ୧୭ ଦିନ ଲାଗିଥିଲା। ଏହାପରେ ଆଉ ୧୧ ଦିନରେ ସୁସ୍ଥ ହୋଇଥିଲେ ଅନ୍ୟ ୨ ଲକ୍ଷ ୫୦ ହଜାର ଆକ୍ରାନ୍ତ ଏବଂ ମାତ୍ର ଆଠ ଦିନରେ ସୁସ୍ଥ ହୋଇଥଲେ ଆଉ ୨ ଲକ୍ଷ ୫୦ ହଜାର ଆକ୍ରାନ୍ତ।

ତେବେ ପୁରା ବିଶ୍ୱରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ହାର ୬୧.୯ ପ୍ରତିଶତ ଥିବାବେଳେ ଭାରତରେ ଏହା ରହିଛି ୬୪.୪ ପ୍ରତିଶତ। ଆଗକୁ ସୁସ୍ଥହାର ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here