ଓଡିଶାଲାଇଭ୍ ବ୍ୟୁରୋ

କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓପିଡିକୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ମେଡିକାଲରେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।

ଏସ୍‌ଏଲ୍‌ଏନ୍‌ ମେଡିକାଲର ଷ୍ଟାଫ୍ ନର୍ସ ଓ ସୁରକ୍ଷାକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମେଡିକାଲ ଓପିଡି ୫ ଦିନ ବନ୍ଦ ରହିବ। ଏହି ସମୟରେ କେବଳ ଜରୁରୀକାଳୀନ ବିଭାଗରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯିବ। ଏହା ବ୍ୟତୀତ ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା କୋରାପୁଟରୁ ୭୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୨୧ ଜଣ ସୁସ୍ଥ ହୋଇଥିବା ବେଳେ ୫୫୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment