ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଖୁ ଦେଖୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଜି ପୁଣି ୨୯ ଜିଲ୍ଲାରୁ ୧୪୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ୩୧ ହଜାର ୮୭୭ରେ ପହଞ୍ଚିଲାଣି।
ଆଜି ଚିହ୍ନଟ ହୋଇଥିବା ୧୧୯୯ ଜଣଙ୍କ ମଧ୍ୟରୁ ୯୧୪ କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିଲା ବେଳେ ୫୮୫ ଲୋକାଲ କେସ ଆସିଛି।
ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୩୬୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୨୧୪, ଗଜପତିରୁ ୯୭, ଢେଙ୍କାନାଳରୁ ୯୨, କୋରାପୁଟର ୮୧, ସୁନ୍ଦରଗଡ଼ରୁ ୭୫, ନୟାଗଡ଼ରୁ ୬୭, ସମ୍ବଲପୁରରୁ ୫୬, କନ୍ଧମାଳରୁ ୫୦, କଳାହାଣ୍ଡିରୁ ୪୪, ରାୟଗଡ଼ାରୁ ୪୦ ଜଣ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ବାଲେଶ୍ୱରରୁ ୩୭, ପୁରୀରୁ ୩୬, ନବରଙ୍ଗପୁରରୁ ୩୩, କଟକରୁ ୨୮, ମାଲକାନଗିରିରୁ ୨୬, ଅନୁଗୁଳରୁ ୨୫, ଯାଜପୁର ଓ ବଲାଙ୍ଗିରରୁ ୧୯ ଲେଖାଏଁ, କେନ୍ଦୁଝରରୁ ୧୬, ଜଗତସିଂପୁରରୁ ୧୫, କେନ୍ଦ୍ରପଡ଼ାରୁ ୧୪, ମୟୂରଭଞ୍ଜରୁ ୧୩, ବରଗଡ଼ରୁ ୧୦, ନୂଆପଡ଼ାରୁ ୯, ଝାରସୁଗୁଡ଼ାରୁ ୭, ସୋନପୁରରୁ ୫, ଦେବଗଡ଼ରୁ ୨, ଭଦ୍ରକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୩୧୮୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୭୪୫ ସୁସ୍ଥ ହୋଇଥିଲା ବେଳେ ୧୧୯୧୮ ଆକ୍ଟିଭ କେସ ରହିଛି।
ଆଜି ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭ରେ ପହଞ୍ଚିଛି।


















