ଓଡିଶାଲାଇଭ୍ ବ୍ୟୁରୋSamir Dash

କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିକୁ ଓଡ଼ିଶା ସରକାର ସ୍ୱାଗତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ୨୦୨୦ ଶିକ୍ଷାନୀତିରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି ଯାହାକି ସ୍ୱାଗତଯୋଗ୍ୟ। ତେବେ ନୂଆ ଶିକ୍ଷାନୀତିକୁ କାର୍ଯ୍ୟକ୍ଷମ କରିବା ପାଇଁ ବଜେଟ ବ୍ୟବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସଂକେତ ନାହିଁ ବୋଲି ଓଡ଼ିଶା ସରକାର କହିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଧନ୍ଦାମୂଳକ ଶିକ୍ଷା ଓ ଭିତ୍ତିଭୂମିର ବିକାଶ କଥା ଯାହା ନୂଆ ଶିକ୍ଷାନୀତିରେ କୁହାଯାଇଛି ତାହା ଉଚିତ ରକମର ଶିକ୍ଷା ସଂସ୍କାର ହେଲେ ହେଁ ଏହି ଲକ୍ଷ୍ୟ ପୂରଣ ପାଇଁ ପ୍ରଚୁର ପରିମାଣରେ ଅର୍ଥ ଦରକାର। କେନ୍ଦ୍ର ସରକାର ଏହି ସବୁ କାର୍ଯ୍ୟକ୍ରମ ପାଇଁ ଅର୍ଥ କେଉଁଠାରୁ ଆଣିବେ ତାହା ସ୍ପଷ୍ଟ କରିବା ଆବଶ୍ୟକ।

ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୧୭୪୫୮ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ଯାହାକି ମୋଟ ବଜେଟର ୧୪ ପ୍ରତିଶତ।

ଶିକ୍ଷାର ଆନ୍ତର୍ଜାତିକକରଣ କଥା ନୂଆ ଶିକ୍ଷାନୀତିରେ ଯାହା କୁହାଯାଇଛି ତାହା ଗ୍ରହଣୀୟ ନୁହେଁ। କାରଣ ବିଦେଶୀ ପୁଞ୍ଜି ବିନିଯୋଗ ହେଲେ ଶିକ୍ଷାର ବ୍ୟବସାୟୀକରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Comment