ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍‌। ଏନେଇ ଶାହ ଟୁଇଟ କରି ନିଜେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଶାହଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଯାଞ୍ଚ କରିବା ସହିତ ନିଜକୁ ଆଇସୋଲେଟ ରଖନ୍ତୁ ବୋଲି ଶାହ ଅପିଲ କରିଛନ୍ତି।

ଗତ କିଛି ହେବ ଶାହଙ୍କଠାରେ କରୋନା ଲକ୍ଷଣ ଦେଖାଯାଉଥିଲା। ସେ ନିଜର କରୋନା ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

Comment