ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ ପଞ୍ଚାୟତ ଅନ୍ତର୍ଗତ ଗଭଣୀପଡ଼ାରେ ଶନିବାର ଏକ ଅଘଟଣ ଘଟିଛି। ବଜ୍ରାଘାତରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଥିବା ଜଣାପଡିଛି।

ବୋଲଗଡ଼ା ବ୍ଲକ୍‌ର ବାଙ୍କୋଇ ପଞ୍ଚାୟତ ଅନ୍ତର୍ଗତ ଗଭଣୀପଡ଼ାରେ ଗତକାଲି ସୁବନ୍ଧ ପାଇକରାୟ ଓ ତାଙ୍କ ପୁଅ ଧରଣୀ ପାଇକରାୟ ନିଜ ଚାଷଜମିରେ କାମ କରୁଥିଲେ। ଏହି ସମୟରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ପୁଅ ଧରଣୀ ପାଇକରାୟଙ୍କ ମୃତ୍ୟୁ ହୋଇଛି। ବାପା ସୁବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ବାଙ୍କୋଇ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ଧରଣୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି ।

Comment